+୯୧ ୮୩୩୮୯୯୮୮୬୦  |  odishaloka@gmail.com
30 ଅଗଷ୍ଟ 2026

MMDR Bill 2026 ବିରୋଧରେ ଦିଲ୍ଲୀରେ ଓଡ଼ିଶା ଲୋକ ଦଳର ବିକ୍ଷୋଭ ନୂଆଦିଲ୍ଲୀ | ୨୭ ଅଗଷ୍ଟ ୨୦୨୬

ଓଡ଼ିଶା ଲୋକ ଦଳର ଏକ ପ୍ରତିନିଧି ମଣ୍ଡଳୀ ପକ୍ଷରୁ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥ (ଇଣ୍ଡିଆ ଗେଟ୍) ସମ୍ମୁଖରେ MMDR Bill 2026 ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ଦଳ ପକ୍ଷରୁ କୁହାଯାଇଛି ଯେ, MMDR Bill 2026 ଓଡ଼ିଶା ରାଜ୍ୟ ତଥା ରାଜ୍ୟବାସୀଙ୍କ ହିତରେ ନୁହେଁ। ଓଡ଼ିଶାର ଖଣିଜ ସମ୍ପଦ ଓ ପ୍ରାକୃତିକ ସମ୍ପଦ ଉପରେ ରାଜ୍ୟବାସୀଙ୍କ ଅଧିକାର ଏବଂ ରାଜ୍ୟର ସ୍ୱାର୍ଥ ସୁରକ୍ଷିତ ରହିବା ଆବଶ୍ୟକ ବୋଲି ପ୍ରତିନିଧି ମଣ୍ଡଳୀ ଦାବି ଉଠାଇଥିଲେ।

ବିକ୍ଷୋଭ ସମୟରେ ଓଡ଼ିଶାର ଖଣିଜ ସମ୍ପଦ ଓ ରାଜ୍ୟର ଅଧିକାର ସୁରକ୍ଷା ପାଇଁ ଦଳ ପକ୍ଷରୁ ଦୃଢ଼ ସ୍ୱର ଉତ୍ତୋଳନ କରାଯାଇଥିଲା। MMDR Bill 2026 ର ପ୍ରତ୍ୟାହାର ସହିତ ଓଡ଼ିଶାର ହିତ ଓ ରାଜ୍ୟବାସୀଙ୍କ ଅଧିକାରକୁ ସର୍ବୋଚ୍ଚ ପ୍ରାଥମିକତା ଦେବାକୁ ଦଳ ପକ୍ଷରୁ ଦାବି କରାଯାଇଛି।

ଏହି ବିକ୍ଷୋଭ ମାଧ୍ୟମରେ ଓଡ଼ିଶା ଲୋକ ଦଳ ଓଡ଼ିଶାର ଖଣିଜ ସମ୍ପଦ ଉପରେ ରାଜ୍ୟବାସୀଙ୍କ ଅଧିକାର ଓ ସ୍ୱାର୍ଥର ସୁରକ୍ଷା ପାଇଁ ନିଜର ଦୃଢ଼ ଅବସ୍ଥାନ ପ୍ରକାଶ କରିଛି।

ମୁଖ୍ୟ ଦାବି:
MMDR Bill 2026 ର ପ୍ରତ୍ୟାହାର ଏବଂ ଓଡ଼ିଶାର ଖଣିଜ ସମ୍ପଦ ଉପରେ ଓଡ଼ିଶାବାସୀଙ୍କ ଅଧିକାର ଓ ସ୍ୱାର୍ଥର ସୁରକ୍ଷା।

“ସର୍ବାଗ୍ରେ ଓଡ଼ିଆ, ସର୍ବାଗ୍ରେ ଓଡ଼ିଶା।”
“ଆମ ଖଣି, ଆମ ଅଧିକାର।”
all_news_back

ଆସନ୍ତୁ, ଓଡ଼ିଶାର ବିକାଶ ପାଇଁ ଏକାଠି ହେବା

ଆମ ଦଳରେ ସାମିଲ ହୁଅନ୍ତୁ ଏବଂ ଓଡ଼ିଶାର ଉନ୍ନତି ପାଇଁ ଯୋଗଦାନ ଦିଅନ୍ତୁ

ସଦସ୍ୟ ହୁଅନ୍ତୁ