MMDR Act 2026 ବିରୋଧରେ ଓଡ଼ିଶା ଲୋକ ଦଳ ପକ୍ଷରୁ ମୟୂରଭଞ୍ଜରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଓଡ଼ିଶାର ଜଳ, ଜଙ୍ଗଲ, ଜମି ଓ ଖଣିଜ ସମ୍ପଦର ସୁରକ୍ଷା ସହ ରାଜ୍ୟର ସ୍ୱାର୍ଥ ରକ୍ଷା ପାଇଁ ଦଳ ପକ୍ଷରୁ ଦାବି ଉଠାଯାଇଥିଲା।
ଏହି ଅବସରରେ ଦଳର ନେତୃବୃନ୍ଦ, କର୍ମକର୍ତ୍ତା ଓ ସମର୍ଥକମାନେ ଯୋଗଦେଇ MMDR Act 2026 ବିରୋଧରେ ପ୍ରତିବାଦ ଜଣାଇଥିଲେ। ଏଥିସହ ଦାବିଗୁଡ଼ିକ ସମ୍ପର୍କରେ ଭାରତର ମହାମହିମ ରାଷ୍ଟ୍ରପତିଙ୍କ ନିକଟକୁ ସ୍ମାରକପତ୍ର ପ୍ରଦାନ ପାଇଁ ପଠାଯାଇଥିଲା।
ମୁଖ୍ୟ ଦାବି
* MMDR Act 2026 ର ପ୍ରତ୍ୟାହାର।
* ଓଡ଼ିଶାର ଖଣିଜ ସମ୍ପଦ ଉପରେ ରାଜ୍ୟର ଅଧିକାର ଓ ସ୍ୱାର୍ଥର ସୁରକ୍ଷା।
* ଜଳ, ଜଙ୍ଗଲ ଓ ଜମିର ସୁରକ୍ଷା।
* ଓଡ଼ିଶାବାସୀଙ୍କ ହିତ ଓ ଅଧିକାରକୁ ପ୍ରାଥମିକତା।
ଓଡ଼ିଶାର ପ୍ରାକୃତିକ ସମ୍ପଦ ଓ ଜନସ୍ୱାର୍ଥର ସୁରକ୍ଷା ପାଇଁ ଗଣତାନ୍ତ୍ରିକ ଉପାୟରେ ଆନ୍ଦୋଳନ ଜାରି ରହିବ ବୋଲି ଓଡ଼ିଶା ଲୋକ ଦଳ ପକ୍ଷରୁ କୁହାଯାଇଛି।